ସାରା ଦେଶରେ ଯେଉଁଠି ଇଦ୍କୁ ଧୁମଧାମରେ ପାଳନ କରାଯାଏ ସେଠି ଆଜି ଖାଁ ଖାଁ । ଆଜି ଭଳି ଦିନରେ ଯେଉଁଠି ସମୂହ ନମାଜ ପାଠରେ କମ୍ପି ଉଠିବା କଥା ସେହି ସ୍ଥାନ ଆଜି ଶୂନଶାନ । ଦେଖିବାକୁ ମିଳିନଥିଲା ମୁସଲିମ ଭାଇଙ୍କ କୋଳାହଳ , ଆଉ ପରସ୍ପରକୁ ଶୁଭେଚ୍ଛା ଜଣାଇବା । କରୋନା ସଙ୍କ୍ରମଣ ପାଇଁ ଗାଇଡଲାଇନ ଜାରି ହୋଇଥିବାରୁ ଏଥର ଘରେ ଇଦ୍ ସେଲିବ୍ରେଟ୍ କରିଛନ୍ତି ମୁସିଲିମ ସମ୍ପ୍ରଦାୟ ଭାଇମାନେ । ଦୀର୍ଘ ୧ ମାସ ଧରି ରୋଜା ରଖିବା ପରେ ଆଜିଥିଲା ଇଦ୍ । ଘରେ ଘରେ ପ୍ରାର୍ଥନା କରି ଇଦ୍ କୁ ସେଲିବ୍ରେଟ୍ କରିଛନ୍ତି ମୁସଲିମ ଭାଇାମନେ । ପିଲାଠାରୁ ବୟସ୍କ ସମସ୍ତେ ନୂଆ ପୋଷାକୁ ପିନ୍ଧି ଘରେ ନମାଜ ପାଠ କରିଥିଲେ । ପରସ୍ପରକୁ ମିଠା ଖୁଆଇ ଇଦ୍ ମୁବାରକ ଜଣାଇଥିଲେ । ଇଦ୍ ପାଇଁ ଘରେ ଘରେ ସୁସ୍ୱାଦୁ ବେଞ୍ଜନ ପ୍ରସ୍ତୁତ କରାଯାଇ ବନ୍ଧୁବାନ୍ଧବକୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା । ଇଦ୍ ଉପଲକ୍ଷେ ମୁସଲମାନ ଭାଇଭଉଣୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।