ସ୍ନାନଯାତ୍ରା ଓ ରଥ ଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ସୂଚନା । ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ । କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରମନ୍ଦିର ବନ୍ଦ ରହିବାକୁ ନିଷ୍ପତ୍ତି । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ଶ୍ରୀମନ୍ଦିର ପରିସରରେ ସ୍ପାନଯାତ୍ରା ହେବ । ସୀମତି ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ନିଷ୍ପତ୍ତି ଗ୍ରହଣ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ହେତୁ ସାହାଣମେଲା ଦର୍ଶନ ବନ୍ଦ । ସ୍ନାନଯାତ୍ରା ସିଧାପ୍ରସାରଣ ଦାୟିତ୍ୱ ଆଇ ଆଣ୍ଡ ପିଆର ବିଭାଗକୁ ଦିଆଯାଇଛି । ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ, ବ୍ୟବସ୍ଥା କରାଯିବ । ସ୍ନାନଯାତ୍ରାରେ କୋଭିଡ ଗାଇଡଲାଇନକୁ ସେବକମାନେ ପାଳନ କରିବେ । କରୋନା ଭୟ ଏଡାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତ ଦେଇଛନ୍ତି । ରଥାଯାତ୍ରାରେ ସାଧାରଣ ଭକ୍ତଙ୍କ ଯୋଗଦାନ ଅନୁଚିତ ବୋଲି କୁହାଯାଇଛି । ଅଧିକାରି , ପୋଲିସ, ସେବାୟତଙ୍କ ଦ୍ୱାରା ରଥଯାତ୍ରା ହୋଇପାରିବ ।

LEAVE A REPLY

Please enter your comment!
Please enter your name here