ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେଇ ନୂଆ ରାୟପୁରକୁ ‘ଅଟଳ ନଗର’ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ।

ନ୍ୟୁ ରାୟପୁର ସହର ଛତିଶଗଡ଼ର ରାଜଧାନୀ  ହେବାର ପ୍ରସ୍ତାବ ରହିଛି । ରାୟପୁର ଠାରୁ 24 କି.ମି ଦୂରରେ ପ୍ରସ୍ତୁତ ନୂଆ ରାୟପୁରକୁ ଏକ ଓ୍ୱାଲ୍ଡ କ୍ଲାସ ସ୍ମାର୍ଟ ସିଟି ଭାବେ ଗଢି ତୋଳିବାକୁ ନିର୍ମାଣ କାମ ଆରମ୍ଭ ହୋଇସାରିଛି । ଛତିଶଗଡ଼କୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ସ୍ୱୀକୃତି ଦେବାରେ ବାଜପେୟୀଙ୍କ ପ୍ରୟାସକୁ ସମ୍ମାନ ଜଣାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ଅଟଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here