ବିହାର ନିର୍ବାଚନକୁ ନେଇ ଲାଗି ରହିଥିବା ହଟଚମଟ ଆଜି ଗଣତି ଦିନରେ ବି ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟାହ୍ନ ଦୁଇଟା ସୁଦ୍ଧା 134ଟି ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ ଏମଜିବି 99ଟି ଆସନରେ ଆଗୁଆ ରହିଛି । ଅଧିକାଂଶ ଆସନରେ ଦୁଇ ମେଣ୍ଟ ଭିତରେ କଡା ଟକ୍କର ଦେଖିବାକୁ ମିଳିଛି । ଖୁବ୍ କମ୍ ବ୍ୟବଧାନ ଭିତରେ ଦୁଇ ମେଣ୍ଟର ପ୍ରତିଦ୍ବନ୍ଦୀ ଆଗରେ ପଛରେ ରହିଛନ୍ତି । ତେଣୁ କେତେବେଳେ ଆଗୁଆ ଟ୍ରେଣ୍ଡ ପଛୁଆ ନ ହେବ, ତାହା ଆକଳନ କରିବା ସମ୍ଭବ ନୁହେଁ । ତେବେ ଟ୍ରେଣ୍ଡ୍ ଏନଡିଏ ସପକ୍ଷରେ ଥିବା ଦେଖିବାକୁ ମିଳିଛି । ବିହାରରେ ସରକାର 122ଟି ଆସନର ଆବଶ୍ୟକ ରହିଛି । ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ପ୍ରସାଦ ଯାଦବ ରାଘୋପୁର ଆସନରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ତଥା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ୍ ସିହ୍ନା ପଛରେ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here