ପୁଣି ବାତ୍ୟା ଯୋଦ୍ଧାଙ୍କୁ କରୋନା । ପଶ୍ଚିମବଙ୍ଗ ଅମ୍ଫାନ ମୁକାବିଲା ସାରି ଫେରିଥିବା ଆଉ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଓଡ୍ରାଫ , ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗର ୫୪ ଜଣ ପଜିଟିଭ୍ ବାହାରିଛନ୍ତି । ଏମାନେ କୋଲକାତାରୁ ଫେରି କ୍ୱାରେଣ୍ଟିନରେ ରହିଥିଲେ । ପୂର୍ବରୁ ୪୯ ଏନଡିଆରଏଫ ଯବାନ ଏବଂ ଅଗ୍ନିଶମ ବିଭାଗର ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୩୪ ଏବଂ ଦୁଇଟି ଲୋକାଲ କେସ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୭, କନ୍ଧମାଳରୁ ୧୫ ଜଣ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୩ ଜଣ ସଙ୍କ୍ରମିତ ହୋଇଛନ୍ତି । ୭ ଜଣ ରହିଛନ୍ତି କଟକରୁ ।କେନ୍ଦ୍ରାପଡାରୁ ଜଣେ, ନୂଆପଡାରୁ ଦୁଇ ଜଣ, ଗଜପତିରୁ ୭, କନ୍ଧମାଳରୁ ୧୫ କଳାହାଣ୍ଡିରୁ ୨, ଗଞ୍ଜାମରୁ ୩, ପୁରୀରୁ ୩, ମୟୂରଭଞ୍ଜରୁ ୯ ଜଣ, ସମ୍ବଲପୁରରୁ ଜଣେ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here