ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଶତାଧିକ ସଂଖ୍ୟାରେ ବଢିବାରେ ଲାଗିଛି I ଗତକାଲି 225 ପଜିଟିଭ୍ ବାହାରିଥିବା ବେଳେ ଆଜି ଆଉ 186 ପଜିଟିଭ୍ 20ଟି ଜିଲ୍ଲାରୁ ବାହାରିଛନ୍ତି I ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3909ରେ ପହଞ୍ଚିଛି I ଏପର୍ଯ଼୍ୟନ୍ତ ରାଜ୍ୟରେ 2 ଲକ୍ଷରୁ ଅଧିକ ସ୍ବାବ୍ ଟେଷ୍ଟ ସରିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2594 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯ଼ାଇଛି I ତେବେ ଆଜି ଗଞ୍ଜାମ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି I ଅନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଫେରିବା ପରେ ରାଜ୍ୟ ସରକାର ସେମାନଙ୍କୁ କ୍ବାରେଣ୍ଟିନରେ ରଖୁଥିଲେ ହେଁ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯାଉନାହିଁ I ଯଦିଓ ରାଜ୍ୟ ସରକାରଙ୍କ କୋଭିଡ 19 ମୁଖପାତ୍ର ବାରମ୍ବାର କହୁଛନ୍ଚି, ଅଧିକାଁଶ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନଥିଲେ ହେଁ ସ୍ବାବ୍ ଟେଷ୍ଟ ପରେ ପଜିଟିଭ୍ ଥିବା ଜଣାପଡୁଛି ଏବଂ ଏଭଳି ଲକ୍ଷଣ ନଥିବା କରୋନା ସଂକ୍ରମିତ ଆମ ସମସ୍ତଙ୍କ ପାଇଁ ଭୟଙ୍କର I ଏହାସତ୍ତ୍ବେ ବି ସବୁ ପ୍ରବାସୀ ଓଡିଆଙ୍କର ସ୍ପାବ୍ ପରୀକ୍ଷା ନ କରି ସେମାନଙ୍କୁ 14 ଦିନ ପରେ ଘରକୁ ପଠାଯିବା ସାମାଜିକ ସଂକ୍ରମଣ କରିବାରେ ସାହାଯ୍ୟ କରିବାର ସମ୍ଭାବନା ରହିଛି I ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କ୍ବାରେଣ୍ଟିନ ବାହାରେ ଥିବା କିଛି ଲୋକଙ୍କର ପଜିଟିଭ୍ ବାହାରୁଛି I ଯେତେ ଅଧିକ ପରୀକ୍ଷା କରାଯିବ, ସେତେ ଅଧିକ ପରିମାଣର କରୋନା ଆକ୍ରାନ୍ତ ବାହାରିବେ I ଅନ୍ୟପକ୍ଷରେ ସାପ୍ତାହିକ ଦୁଇଦିନିଆ ସଟ୍ ଡାଉନ ପୂର୍ବରୁ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଯେପରି ଭାବେ ଭିଡ ଲକ୍ଷ କରାଯାଉଛି, ସେଥିରୁ ସଂକ୍ରମଣ ଅଧିକ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି I

LEAVE A REPLY

Please enter your comment!
Please enter your name here