ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ନକ୍ସଲମାନେ ପୁଣି ଏକ ବଡ ଧରଣର ହାମ୍‌ଲା ଘଟାଇଛନ୍ତି। ଏକ ବସ୍‌ ଉପରେ ଆଇଇଡି ବିସ୍ଫୋରଣ ଘଟାଇଥିବା ଜାଣିବାକୁ ମିଳିଛି । ଏଥିରେ ୩ ଜଣ ସାଧାରଣ ନାଗରିକ ଓ ଅନ୍ୟଜଣେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(ସିଆଏସ୍‌ଏଫ୍‌)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପ୍ରାୟ ୧ ସପ୍ତାହ ପୂର୍ବରୁ ଦାନ୍ତେୱାଡା ଜିଲାର ଅରନପୁର ଗ୍ରାମରେ ମାଓବାଦୀଙ୍କ ଆକ୍ରମଣରେ ୨ଜଣ ଛତିଶଗଡ଼ ପୋଲିସଙ୍କ ସହ ଜଣେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here