କରୋନା ପାଇଁ କରୋନିଲ ଓ ଶ୍ୱାସରୀ । ମହାମାରୀ କରୋନା ପାଇଁ ଦୁଇଟି ଔଷଧ ଲଞ୍ଚ୍ କରିଛି ଦେଶର ଆୟୁରବେଦିକ କମ୍ପାନୀ ପତଞ୍ଜଳି। କରୋନାର ଔଷଧ ବାହାର କରିଥିବା ନେଇ ଘୋଷଣା କରିଛି ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ । ଆଉ ବାବା ରାମଦେବ ଦାବି କରିଛନ୍ତି ଯେ, ଏହି ମେଡିସିନରେ ୭ ଦିନ ଭିତରେ କରୋନା ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବ । ଦର୍ଶକବନ୍ଧୁ, ମେଡିସିନ୍ ର ମୂଲ୍ୟ ମାତ୍ର ୬୦୦ ଟଙ୍କା ରଖାଯାଇଛି । କିନ୍ତୁ କରୋନା ଔଷଧର ସଂପୂର୍ଣ ତଥ୍ୟ ର୍ମାଗିଛନ୍ତି ସରକାର । ଆୟୁଷ ମନ୍ତ୍ରାଳୟ କହିଛି , ପତଞ୍ଜଳୀର ଔଷଧ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହାର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ସରକାର ଅନୁଧ୍ୟାନ ନକଲା ଯାଏଁ ପତଞ୍ଜଳୀକୁ କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ କୁହାଯାଇଥିଲା । ଏଥିସହ କ୍ଲିନିକାଲ ଟ୍ରାଏଲ ଏବଂ ଯେଉଁ ହସ୍ପିଟାଲରେ ଗବେଷଣା କରାଯାଇଛି ତା ବାବଦରେ ସମସ୍ତ ତଥ୍ୟ ପତଞ୍ଜଳୀକୁ ମଗାଯାଇଥିବାବେଳେ ଆଜି ପତଞ୍ଜଳି ତା ମେଡିସିନ୍‌ର ସମସ୍ତ ତଥ୍ୟ ପ୍ରଦାନ କରିଛି । ମଙ୍ଗଳବାର ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା କମ୍ପାନୀ ମୁଖ୍ୟାଳୟରେ ଏହି ଔଷଧକୁ ଲଞ୍ଚ କରିଥିଲେ ଯୋଗ ଗୁରୁ ରାମ ଦେବ। କରୋନା ସଙ୍କ୍ରମଣ ଦିନକୁ ଦିନ ବଢୁଥିବାରୁ ଏବେ ବଜାରକୁ ଆସୁଛି ଗୋଟିଏ ପରେ ଗୋଟିଏ କମ୍ପାନୀର କରୋନା ମେଡିସିନ୍ । ନିକଟରେ ସିପ୍ଲା କମ୍ପାନୀ ଆଣିଥିଲା ସିପ୍ରେମି ନାମକ ନୂଆ କରୋନା ଭ୍ୟାକ୍‌ସିନ୍ । ଆଉ କମ୍ପାନୀ ଦାବି କରୁଥିଲା କରୋନାରେ ଆକ୍ରାନ୍ତ ଛୋଟପିଲା ତଥା ନବଯାତ ଶିଶୁ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗି ହେବ ଏହି ମେଡିସିନ୍ । ସପ୍ତାହକ ତଳେ ମଧ୍ୟ ଫେବି ଫ୍ଲୁ ନାମକ ଏକ ଟାବଲେଟ କରୋନାକୁ ସଂପୂର୍ଣ୍ଣରୂପେ ଶେଷ କରିଦେବ ବୋଲି ଦାବି କରିଥିଲା ଗ୍ଲେନମାର୍କ । ଫେବି ଫ୍ଲୁ ରେ ମାତ୍ର ୩୦ ଦିନ ଭିତରେ କରୋନା ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଜୋର୍ ଦେଇ କହିଥିଲା କମ୍ପାନୀ । ବିଭିନ୍ନ ଔଷଧ ପ୍ରସ୍ତୁତକାରୀ କଂପାନୀଗୁଡିକ ମଧ୍ୟରେ ଏବେ ମେଡିସିନକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା । ତେବେ ସମୟ କହିବ, କାହା ପ୍ରଚାର ପ୍ରସାରରେ କେତେ ସତ୍ୟତା ରହିଛି

LEAVE A REPLY

Please enter your comment!
Please enter your name here