ଭାକ୍ସିନ ଜଗତରେ ବ୍ୟାପକ ବିକାଶ ଘଟୁଛି । ଅକ୍ସଫୋର୍ଡ଼ ୟୁନିଭରସିଟି ଓ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ଼୍ ପରି ବିଭିନ୍ନ ଭାରତୀୟ କମ୍ପାନି ଭାକ୍ସିନ ପରୀକ୍ଷାରେ ବ୍ୟସ୍ତ ଥିବାବେଳେ ରଷିଆନ ଭାକ୍ସିନ ତାର ଦୁଇଟି ଗୁରୁତ୍ୱପୁର୍ଣ୍ଣ କ୍ଲିନିକାଲ ଟ୍ରାଏଲ ସଫଳ କରିଛି ବୋଲି କୁହାଯାଇଛି । ଯାହାକି ବିଶ୍ୱର ପ୍ରଥମ ଭାକ୍ସିନ ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଜଣାପଡ଼ିଛି । ରଷିୟା ଏହି ଭାକ୍ସିନ ବ୍ୟବହାର କରି କିଛି ରୋଗୀଙ୍କୁ ସୁସ୍ଥ କରିଥିବା ଖବର ପ୍ରକାଶ ପାଇବା କରୋନା ବିଶେଷଜ୍ଞଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ରଷିଆରେ ତୃତୀୟ ପର୍ଯ୍ୟାୟ ଭାକ୍ସିନ ପରୀକ୍ଷା ଆରମ୍ଭ ହେବାସହ ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶରେ ମଧ୍ୟ ଭାକ୍ସିନ ପରିକ୍ଷା ଆରମ୍ଭ ହୋଇଯାଇଛି । ଏବେ କରୋନା ସଂକ୍ରମଣରେ ବିଶ୍ୱରେ ରଷିଆ ଚତୁର୍ଥ ସ୍ଥାନରେ ରହିଛି । ରଷିଆରେ ପ୍ରାୟ ୭ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଅଛନ୍ତି ବୋଲି ଜଣାପଡ଼ିଛି । ତେବେ ଆସନ୍ତା ମାସରେ ଜନସାଧାରଣଙ୍କ ପାଇଁ ରଷିଆ କରୋନା ଭାକ୍ସିନ ଉପଲବ୍ଧ କରାଇବ ବୋଲି ରଷିଆନ୍ ଏପିଡ଼େମୋଲୋଜିଷ୍ଟମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here