ବାପା ହେଲେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ସୂଚନା ମିଳିଛି । ଏନେଇ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ । ସେ ଟ୍ୱିଟ କରି ଲେଖିଛନ୍ତି, ” ଶିଶୁପୁତ୍ର ସହିତ ଆମେ ଆଶୀର୍ବାଦ ପ୍ରାପ୍ତ ହେଲୁ । ” ତେବେ ଶିଶୁର ହାତର ଏକ ଛବି ପାଣ୍ଡ୍ୟା ପୋଷ୍ଟ କରିଛନ୍ତି । ଭଦୋଦରାରେ ନତାସା ଶିଶୁ ପୁତ୍ର ଜନ୍ନ ଦେଇଛନ୍ତି। ଉଭୟେ ବେଶ୍ ଖୁସି ବୋଲି ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ହାର୍ଦ୍ଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରେ ପରେ ଅନେକ କ୍ରିକେଟର ଓ ମୁଖ୍ୟ ରବି ଶାସ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପାଣ୍ଡ୍ୟା ଜାନୁଆରୀ ୧ରେ ଅଭିନେତ୍ରୀଙ୍କ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ । ଏହାପରେ ସେ ଲକଡାଉନରେ ଫ୍ୟାନଙ୍କୁ ନତାଶା ଗର୍ଭବତୀ ଥିବା ଖବର ଦେଇଥିଲେ । ଏବେ ଉଭୟଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here