ଆଜି ରାଜ୍ୟରେ ଆଉ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୯୯ ମଧ୍ୟରୁ କ୍ୱାରେଣ୍ଟିନରୁ ୯୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୫୫୮ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି । ସୁସ୍ଥ ହୋଇଛନ୍ତି ୧୯, ୭୪୫ ଏବଂ ଆକ୍ଟିଭ୍ କେସ୍ ରହିଛି ୧୧, ୯୧୮ । ତେବେ ସର୍ବାଧିକ ଗଞ୍ଜାମରୁ ୩୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୪, ଢେଙ୍କାନାଳରୁ ୯୨, ଗଜପତି,୯୭, ସୁନ୍ଦରଗଡରୁ ୭୫, ନୟାଗଡରୁ ୬୭, ସମ୍ବଲପୁର,୫୬, କଟକ-୨୮, ଅନୁଗୁଳ-୨୫, ବାଲେଶ୍ୱର-୩୭, ବରଗଡ-୧୦, ବଲାଙ୍ଗିର-୯, ଜଗତସିଂହପୁର-୧୫, ଯାଜପୁର-୧୯, ଝାରସୁଗୁଡା-୭, କଳାହାଣ୍ଡି-୪୪,କନ୍ଧମାଳ-୫୦, କେନ୍ଦ୍ରାପଡା-୧୪, କେନ୍ଦୁଝର-୧୬, କୋରାପୁଟ-୮୧, ମାଲକାନଗିରି-୨୬, ମୟୂରଭଞ୍ଜ-୧୩, ନବରଙ୍ଗପୁର-୩୩, ନୂଆପଡା-୯, ପୁରୀ-୩୬, ରାୟଗଡା-୪୦, ସୋନପୁର-୫, ଭଦ୍ରକ-୧, ଦେଓଗଡରୁ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ କରୋନା ସଙ୍କ୍ରମଣରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here