କରୋନା ନିୟମ ଉଲ୍ଲଂଘନ କଲେ କଂଗ୍ରେସ ନେତାଙ୍କୁ ଫାଇନ ହେଉଛି, ବିଜେପି ନେତାଙ୍କ ବିରୋଧରେ ବି ଆକ୍ସନ ହେଉଛି, କିନ୍ତୁ ବିଜେଡି ନେତାଙ୍କ ବିରୋଧରେ କିଛି ଆକ୍ସନ ହେଉନି I କଂଗ୍ରେସର ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜି ଏମିତି ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ସହ ବିଜେଡି ନେତା ଏବେ କରୋନାର ସୁପରସ୍ପ୍ରେଡର ପାଲଟି ଯାଇଛନ୍ତି ବୋଲି କହିଛନ୍ତି I ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ନେତା ଜନ୍ମଦିନ ପାଳୁଥିଲେ ମଧ୍ୟ ପ୍ରଶାସନ କିଛି ବି କରୁନି I ବରଂ ତଳିଆ ଅଫିସରମାନେ ଏମିତି ବିଜେଡି ନେତାଙ୍କୁ ସହଯୋଗ କରୁଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି I

LEAVE A REPLY

Please enter your comment!
Please enter your name here