ଯେତେ ଲକଡାଉନ, ସଟଡାଉନ ହେଲେ ବି ଓଡିଶାରେ କରୋନା ବୋଲ ମାନିବା ସ୍ଥିତିରେ ନାହିଁ I ଆଜି ରାଜ୍ୟରେ କରୋନା ଆକ୍ରାନ୍ତରେ ଆଉ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରୁ 4 ଜଣଙ୍କର ମୃତ୍ୟୁ ହୋଇଛି I ମୋଟ ମୃତକଙ୍କ ସଂଖ୍ୟା 197ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 103ରେ ପହଞ୍ଚିଛି I ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଜି ଆଉ 3ଜଣଙ୍କର ମୃତ୍ୟୁ ହେବା ପରେ ଜିଲ୍ଲାରେ କରୋନା ଜନିତ ମୃତକଙ୍କ ସଂଖ୍ୟା 28କୁ ବୃଦ୍ଧି ପାଇଛି I ଆଜି ରାଜ୍ୟରେ 29 ଜିଲ୍ଲାରୁ 1434 ପଜଟିଭ ଚିହ୍ମଟ ହୋଇଛି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34 ହଜାର 913ରେ ପହଞ୍ଚିଥିବା ବେଳେ ହସପିଟାଲରେ 13 ହଜାର 404 ଜଣ ଚିକିତ୍ସାଧୀନ ଅଛନ୍ତି I I

LEAVE A REPLY

Please enter your comment!
Please enter your name here