ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I ଭୁବନେଶ୍ବର ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 8 ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ I କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ୟେଲୋଓାଣିଂ ଜାରି କରାଯାଇଛି I ଏହିସବୁ ଜିଲ୍ଲାଗୁଡିକରେ ଘଣ୍ଟାକୁ 40 ରୁ 50 କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି I ତେବେ ଚଳିତବର୍ଷ ରାଜ୍ୟରେ ମୌସୁମୀ ଆଶିବା ପରେ ସ୍ବାଭାବିକ ବର୍ଷା ହେବ ବୋଲି କୁହାଯାଇଥିଲେ ହେଁ ଅଧିକାଁଶ ଜିଲ୍ଲାରେ ଅତି କମ ବର୍ଷା ହୋଇଛି I ଅଧିକାଁଶ ସମୟରେ ଆକାଶ ମେଘାଚ୍ଛନ୍ନ ରହୁଥିଲେ ହେଁ ବର୍ଷା ହେଉ ନଥିବାରେ ଚାଷଜମି ଫାଟି ଆଁ କଲାଣି I ତେଣୁ ଲଘୁଚାପ ବର୍ଷା ହେବାର ସମ୍ଭାବନା ଚାଷୀକୁ ଆଶ୍ବସ୍ତ କରିଛି I

LEAVE A REPLY

Please enter your comment!
Please enter your name here