ସମ୍ବଲପୁର ଭୀମସାର ଡାକ୍ତରଖାନାରେ 9 ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଆଜି ମେଡିସିନ ବିଭାଗର ଓପିଡିକୁ ବନ୍ଦ କରିଦିଆଯାଇଛି I ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ଏହି ସୂଚନା ଦେଇଛନ୍ତି I ଓଡିଶାରେ ଆଜିସୁଦ୍ଧା କରୋନାରେ 37 ହଜାର 681 ଜଣ ଆକ୍ରାନ୍ତ ହୋଇଥିବା ବେଳେ 216 ଜଣଙ୍କର ମୃତ୍ୟୁ ହେଲାଣି I କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ତାଲିକାରେ ଗଞ୍ଜାମ ଶୀର୍ଷରେ ରହିଛି I ଭୀମସାର ପୂର୍ବରୁ ମଧ୍ୟ ବିଭିନ୍ନ ହସପିଟାଲରେ ଡାକ୍ତର କରୋନାରେ ଆକ୍ରାନ୍ତ ହେବାର ଖବର ଆସିଥିଲେ ବି ଏକାଥରେ 9 ଜଣ ଡାକ୍ତର ଆକ୍ରାନ୍ତ ହେବା ପ୍ରଥମ ବୋଲି କୁହାଯାଉଛି I

LEAVE A REPLY

Please enter your comment!
Please enter your name here