ପୁରୀ ଶ୍ରୀମନ୍ଦିର ଦ୍ୱାରରେ ଥିବା କବାଟରେ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ୩ଟି ମୁଖ୍ୟଦ୍ୱାର କବାଟରେ ଛାଉଣୀ ହେବ ରୂପା । ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ୱାରରେ ଲାଗିବ ରୂପା । ଶ୍ରୀମନ୍ଦିରର ଏହିସବୁ ଦ୍ୱାରରେ ପ୍ରାୟ ୧ କ୍ୱିଂଟାଲରୁ ଅଧିକ ରୂପା ଲାଗିବ । ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍ କରିବେ । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ଟି ଦ୍ୱାରର କାମ କରାଯିବ । ଯଥା, ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ । ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ।

LEAVE A REPLY

Please enter your comment!
Please enter your name here