ରାୟଗଡା ଜିଲ୍ଲାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଉପ କାରାଗାରରେ ୫ ଜଣ କର୍ମଚାରୀ ଓ ୧୫୨ ଜଣ ବିଚାରାଧିନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲ ପରିସରରକୁ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କେୟାର ହୋମ ଘୋଷଣା କରାଯାଇଛି । ଲକ୍ଷଣ ବିହୀନ କଏଦୀଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯାଇଛି । ଏଥିସହ ଗୁଣୁପୁର ଉପକାରାଗାରରେ ମଧ୍ୟ ୬୧ ଜଣ ବିଚାରଧୀନ କଏଦୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ଗୁଣୁପୁର ଓ ରାୟଗଡାରେ ଚିକିତ୍ସା ପାଇଁ ଡାକ୍ତର ସୁବିଧା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ,ଏସପି ସାର୍ବଣ ବିବେକ ଏମ, ରାୟଗଡା ଜିଲ୍ଲା ଜର୍ଜ ଚିତ ରଞ୍ଜନ ଦାଶ ,ପିଡ଼ି ଡିଆରଡିଏ ଅମୃତ ଋତୁରାଜ, ପୌର ପରିଷଦ ନିର୍ବାହୀ ଅଧିକାରୀ ଜେଲ ପରିସରକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।