ଅଲୋଡ଼ା ହେଲା ଶିଶୁପୁତ୍ର । ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଡାଲୋ ଗାଁରେ । ନବଜାତ ଶିଶୁ ଡାଲୋ ଗାଁ ଛକ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ପଡି କାନ୍ଦୁଥିବା ବେଳେ ଗାଁ ର କିଛି ମହିଳାଙ୍କର ଦୃଷ୍ଟି ଗୋଚର ହୋଇଥିଲା । ତୁରନ୍ତ ଶିଶୁକୁ ଉଦ୍ଧାର କରି ପାଳଲହଡା ପୋଲିସ କୁ ଖବର ଦେଇଥିଲେ ମହିଳାମାନେ । ତେବେ ମିଳିଥିବା ସୁଚାନଅନୁସାରେ, ଜଣେ ଗର୍ଭବତୀ ମହିଳା ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇ ରାସ୍ତା କଡରେ ଥୋଇ ଦେଇ ପଳାଇଛନ୍ତି । ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ସୁସ୍ଥ ଥିବା ଜଣା ପଡିଛି । ଶିଶୁଟିର ଓଜନ ୨କେଜି ୭୦୦ ଗ୍ରାମ ଥିବା ଜଣା ପଡ଼ିଛି। ନବଜାତ ଶିଶୁ ପୁତ୍ରକୁ ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ହସ୍ତାନ୍ତର କରାଯିବ ବୋଲି ପାଳଲହଡା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here