ଆଜି ରାଜ୍ୟରେ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୧୪ରୁ କ୍ୱାରେଣ୍ଟିନରୁ ୧୮୬୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୪୬ । ଖୋର୍ଦ୍ଧାରୁ ସର୍ବାଧିକ ୬୮୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୩୩୭, ଗଞ୍ଜାମରୁ ୨୧୬, ମୟୂରଭଞ୍ଜରୁ ୨୯୨, ସମ୍ବଲପୁରରୁ ୧୦୨, ବାଲେଶ୍ୱର-୧୩୮, ବରଗଡ-୧୨୪, ଭଦ୍ରକ-୪୦, ବଲାଙ୍ଗୀର-୩୫, ଅନୁଗୁଳ-୨୫, ଢେଙ୍କାନାଳ-୪୯, ଦେଓଗଡ-୨, ଗଜପତି-୯, ଜଗତସିଂହପୁର-୬୬, ଯାଜପୁର-୩୮, ଝାରସୁଗୁଡା-୪୫, କଳାହାଣ୍ଡି-୪୦, କନ୍ଧମାଳ-୬୦, କେନ୍ଦ୍ରାପଡା-୪୪, କେନ୍ଦୁଝର-୬୮, କୋରାପୁଟ-୧୨୦, ମାଲକାନଗିରି-୪୯, ନବରଙ୍ଗପୁର-୩୮, ନୟାଗଡ-୨୯, ନୂଆପଡା-୭, ପୁରୀ-୧୧୮, ରାୟଗଡା-୧୦୪, ସୋନୁପର-୪୪, ସୁନ୍ଦରଗଡ-୯୧ । ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୦୦୯୩୪ । ସୁସ୍ଥ ହୋଇଛନ୍ତି ୭୦୭୧୪ ଏବଂ ଆକ୍ଟିଭ୍ କେସ୍ ରହିଛି ୨୯୬୮୫ ।
ଆଜି ରାଜ୍ୟରେ ୧୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ସର୍ବାଧିକ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସୁନ୍ଦରଗଡ, ନବରଙ୍ଗପୁର, ଓ ପୁରୀରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ରାୟଗଡା, ଯାଜପୁର ଓ ମାଲକାନଗିରିରୁ ଜଣେ ଲେଖାଏଁ ମୃତ । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here