ଏସିଆନ୍ ଗେମ୍ସରେ ପୁଲ ବି’ର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳ ୨୬-୦ ଗୋଲରେ ହଂକଂ ଚାଇନାକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ୮୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଯାଇଛି । ଏଥିପୂର୍ବରୁ ୧୯୩୨ ଅଲିମ୍ପିକ୍ସରେ ଭାରତ ୨୪-୧ବ୍ୟବଧାନରେ ଆମରେିକାକୁ ପରାସ୍ତ କରିଥିଲା । କିନ୍ତୁ ଅନ୍ତର୍ଜାତୀୟ ହକିରେ ବୃହତ ବ୍ୟବଧାନର ବିଜୟ ଏବେ ମଧ୍ୟ ନ୍ୟୁଜଲାଣ୍ଡ ନାମରେ ରହିଛି । ୧୯୯୪ରେ ନ୍ୟୁଜଲାଣ୍ଡ ୩୬-୧ ଗୋଲରେ ସାମଆକୁ ପରାସ୍ତ କରିଥିଲା । ଚଳିତ ପ୍ରତିଯୋଗିତାରେ ଏହା ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ବୃହତ ବିଜୟ । ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ଭାରତ ହରାଇଥିଲା । ଶୁକ୍ରବାର ଖେଳାଯିବାକୁ ଥିବା ଆଗାମୀ ମ୍ୟାଚରେ ଭାରତ ଜାପାନକୁ ଭେଟିବ ।

LEAVE A REPLY

Please enter your comment!
Please enter your name here