ଚଳିତ ବିଶ୍ବକପରେ ଅପରାଜୟ ଭାରତ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଛି । ବିଶ୍ବକପ ଜିତିବାର ସବୁ ସ୍ବପ୍ନ ଧୂଳିସାତ୍ କରିଦେଲା ଅଷ୍ଟ୍ରେଲିଆ । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ 240 ରନରେ ସୀମିତ ରଖିଥିଲା । କଙ୍ଗାରୁ ଟିମ୍ 42 ବଲ୍ ପୂର୍ବରୁ 4 ଉଇକେଟ ହରାଇ 241 ରନ୍ ଟାର୍ଗେଟ ହାସଲ କରିନେଇଥିଲା । ଅଷ୍ଟ୍ରେଲିଆର ବିଜୟ ସହ ଭାରତକୁ ବଡ ଝଟକା ମିଳିଛି । ବିଶ୍ବକପକୁ ନେଇ ସାରାଦେଶରେ ଲାଗି ରହିଥିବା ଉତ୍ସାହ ନିରାଶରେ ପରିଣତ ହୋଇଛି । ବାରବର୍ଷ ପରେ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଥିବା ଭାରତ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ହାରିବା ସମଗ୍ର ଦେଶରେ ନିରବତା ଆଣିଦେଇଛି ।
ବିଶ୍ବକପରେ ଅପରାଜୟ ଭାରତ ଓ ପାଞ୍ଚଥରର ବିଶ୍ବକପ ବିଜେତା ଅଷ୍ଟ୍ରେଲିଆ ମଧ୍ୟରେ ମହାମୁକାବିଲା ଦେଖିବାକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିଅମ ସମେତ ସମଗ୍ର ଦେଶରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦଶ ଓଭରରେ ଦ୍ରୁତ ରନ ସଂଗ୍ରହ କରି 3ଟି ଉଇକେଟ ହରାଇଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତର ସ୍କୋର ବହୁ କଷ୍ଟରେ ସମସ୍ତ ଉଇକେଟ ହରାଇ 240ରେ ସୀମିତ ରହିଥିଲା । ବିଜୟ ଲକ୍ଷ ହାସଲ କରିବା ପାଇଁ 241 ରନ ପିଚ୍ଛା କରି ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲେ ପ୍ରଥମ ଆଠ ଓଭର ମଧ୍ୟରେ ତିନୋଟି ଉଇକେଟ ପତନ ଭାରତୀୟ ଦର୍ଶକଙ୍କ ମନରେ ବିଶ୍ବକପ୍ ଜିତିବା ପାଇଁ ଆଶା ସଞ୍ଚାର କରିଥିଲା । କିନ୍ତୁ ଟ୍ରାଭିସ ହେଡ୍‌ ଭାରତର ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଥିଲେ । ୧୨୦ ବଲରେ ୧୩୭ ରନର ଇନିଂସ ଖେଳି ସେ ଅଷ୍ଟ୍ରେଲିଆକୁ ଷଷ୍ଠ ଥର ପାଇଁ ବିଶ୍ବକପ୍ ବିଜେତା କରାଇଛନ୍ତି । ସେହିପରି ଲାବୁଶେନ ୧୧୦ ବଲରେ ୫୮ ରନ କରି ଅପରାଜିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here