ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ , ବଲାଙ୍ଗିର,କଟକ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । କନ୍ଧମାଳ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୮୨ । ସେହିପରି ଆଜି ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୮୦ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨୪୬୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୧୪ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୪୯୨, ଷ୍ଟେଟ୍ ପୁଲ-୩୩୭, ଯାଜପୁର-୧୮୪, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୧୬୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ-୧୬୩, ରାୟଗଡା-୧୬୦, ଅନୁଗୁଳ-୧୫୫, ବାଲେଶ୍ୱର-୧୩୩, ସମ୍ବଲପୁର-୧୨୭, ଜଗତସିଂହପୁର-୧୨୩, କେନ୍ଦ୍ରାପଡା-୧୨୧, ବରଗଡ-୧୦୦, କୋରାପୁଟରୁ ୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା-୮୩, ଭଦ୍ରକ-୮୧, କନ୍ଧମାଳ-୭୭, ବଲାଙ୍ଗିର, ନବରଙ୍ଗପୁର,କେନ୍ଦୁଝର ଜିଲ୍ଲାରୁ ୭୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ , କଳାହାଣ୍ଡିରୁ ୬୭ ଲେଖାଏଁ , ଗଞ୍ଜାମରୁ ୫୮ ଆକ୍ରାନ୍ତ ଚିହ୍ନଟ । ସୁବର୍ଣ୍ଣପୁର-୬୨, ବୌଦ୍ଧ-୫୬, ନୟାଗଡ ଓ ନୂଆପଡାରୁ ୫୪ ଲେଖାଏଁ, ମାଲକାନଗିରି-୫୩, ଗଜପତି-୨୫, ଦେବଗଡ ଜିଲ୍ଲାରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here