କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୯ରୁ ବିଧାନସଭା ବସିବ । କେବଳ ପ୍ରଶ୍ନକାଳକୁ ଛାଡି ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ , କଲିଂ ଆଟେନସନ ଆଦି ରହିବ । ତେବେ ବସିବା ପାଇଁ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରୀରେ ମଧ୍ୟ ବସିବେ ବିଧାୟକ । ୧୪୫ଟି ସିଟ୍ ସେଥିପାଇଁ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ମୁଖରେ ସିଲ୍ଡ ଗ୍ଲାସ୍ ରଖାଯାଇଛି । ଏବଂ ଯେଉଁ ବରିଷ୍ଠ ବିଧାୟକ ଆସିପାରିବେ ନାହିଁ ସେମାନେ ଆଗରୁ ସୂଚନା ଦେବେ । ଜିଲ୍ଲା ମୁଖ୍ୟାଳୟ କିମ୍ବା ଘରେ କିମ୍ବା ଭୁବନେଶ୍ୱରର ଓକାକରେ ଭିଡିଓ କନଫରେନ୍ସିଂରେ ବସିପାରିବେ । ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ । ସେଥିପାଇଁ ଗଣମାଧ୍ୟମ ଗ୍ୟାଲେରୀ ଫାଙ୍କା ରଖାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here