ରାଜ୍ୟରେ ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୩୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୮୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୫୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୫୭୭, ପୁରୀ-୨୧୯, ଝାରସୁଗୁଡା-୨୦୫, ଯାଜପୁର-୨୦୧, ଜଗତସିଂହପୁର- ୧୭୩, ଷ୍ଟେଟ୍ ପୁଲ୍‌-୧୬୯, ବାଲେଶ୍ୱର-୧୬୧, କେନ୍ଦ୍ରାପଡା-୧୪୮, ମୟୂରଭଞ୍ଜ-୧୩୯, ଭଦ୍ରକ-୧୩୬, ସୁବର୍ଣ୍ଣପୁର-୧୩୧, ବରଗଡ-୧୨୧, ନୂଆପଡା-୧୧୫, ସମ୍ବଲପୁର-୧୧୧, ଅନୁଗୁଳ-୧୧୦, ସୁନ୍ଦରଗଡ-୧୦୧, କୋରାପୁଟ-୮୯, ଗଞ୍ଜାମ-୭୧, ଢେଙ୍କାନାଳ ଓ ନବରଙ୍ଗପୁରରୁ ୭୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର-୬୭, କଳାହାଣ୍ଡି-୫୭, କନ୍ଧମାଳ-୫୫, ରାୟଗଡା-୫୧, ନୟାଗଡ-୫୦, ମାଲକାନଗିରି-୪୪, ବୌଦ୍ଧ-୪୩, ଗଜପତି ଓ କେନ୍ଦୁଝରରୁ ୪୨ ଲେଖାଏଁ , ଦେବଗଡରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରୁ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧,୫୩, ୨୧୩ ଏବଂ ଆକ୍ଟିଭ୍ କେସ୍ ରହିଛି ୩୮,୫୪୬ । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ ।
ସେହିପରି କରୋନାରେ ଆଜି ୧୫ ଜଣଙ୍କ ଜୀବନ ଯାଇଛି । ଭୁବନେଶ୍ୱର ୪, ମୟୂରଭଞ୍ଜ ଓ ପୁରୀରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ନୟାଗଡ, ନୂଆପଡା, କଟକ, ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଢେଙ୍କାନାଳ ,କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here