ରାଜ୍ୟରେ ଆଜି ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୩୫ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୨୦ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୮ ହଜାର ୧୭୨ ଏବଂ ସୁସ୍ଥ ହେଲେଣି ୧ ଲକ୍ଷ ୭୩ ହଜାର ୫୭୧ । ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୧୮, ଅନୁଗୁଳ-୧୭୯, ଷ୍ଟେଟ୍‌ପୁଲ-୧୪୮, ବରଗଡ-୧୩୭, ନବରଙ୍ଗପୁର-୧୨୪, ସମ୍ବଲପୁର-୧୨୦, ମୟୂରଭଞ୍ଜ-୧୧୮, ଯାଜପୁର-୧୧୦, ନୂଆପଡା-୧୦୬, କେନ୍ଦ୍ରାପଡା-୧୦୩, ରାୟଗଡା, ସୁନ୍ଦରଗଡ , ବଲାଙ୍ଗିରରୁ ୧୦୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର-୧୦୦, ଜଗତସିଂହପୁର ଓ କେନ୍ଦୁଝରରୁ ୮୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ-୭୯, ଝାରସୁଗୁଡା-୭୧, ଢେଙ୍କାନାଳ-୬୯, ଭଦ୍ରକ-୬୭, ସୁବର୍ଣ୍ଣପୁର-୬୫, କନ୍ଧମାଳ-୬୨, କୋରାପୁଟ-୫୯, ନୟାଗଡ-୪୩, ବୌଦ୍ଧ ଓ କଳାହାଣ୍ଡିରୁ ୪୨ ଲେଖାଏଁ ଗଜପତିରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ-୨୮, ମାଲକାନଗିରି-୨୧, ଦେବଗଡରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୦୦ ଟପିଛି । ଆଜି ୧୬ ମୁଣ୍ଡ ନେଇଛି ମହାମାରୀ କରୋନା । ଆଜି ବାଲେଶ୍ୱରରୁ ସର୍ବାଧିକ ୩ ଜଣ ଆଖି ବୁଜିଛନ୍ତି । ପୁରୀ, ଖୋର୍ଦ୍ଧା. ଉୟୂରଭଞ୍ଜରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି । ଢେଙ୍କାନାଳ , କଟକ, ବଲାଙ୍ଗିର, କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମରୁ ମଧ୍ୟ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here