ଉତ୍ତରପ୍ରଦେଶ ହାଥରସର ଘଟଣା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ମେଡିକାଲରେ ଦୁଷ୍କର୍ମ ପିଡୀତା ଆଖି ବୁଜିଲେ । ହେଲେ ମୃତଦେହ ସତ୍କାର କଲାବେଳକୁ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଗଲାନି । କି ଝିଅ ଆଖି ବୁଜି ଦେଇଛି ବୋଲି ସୂଚନା ଦିଆଗଲାନି । ତାଙ୍କ ପରିବାରକୁ ଲୁଚାଇ ଘଟଣାକୁ ଚପାଇବାକୁ ଶବ ଦାହ କରିଦେଲେ ଉତ୍ତର ପ୍ରଦେଶ ପୋଲିସ । ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟୁଇଟ୍ କରି ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି । ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଯୁବତୀଙ୍କୁ ନ୍ୟାୟ ଦେବାରେ ଉତ୍ତର ପ୍ରଦେଶ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here