ଭୁବନେଶ୍ବରର ଦୁଇଟି ବ୍ୟାଙ୍କରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ I ଦୁଇଟି ବ୍ୟାଙ୍କରୁ ଋଣ ନେଇଥିବା ସୌମ୍ୟ ରଂଜନ ଜେନା ନାମକ ଜଣେ ଯୁବକ ଲକ୍ ଡାଉନ ସମୟରେ ବ୍ୟାଙ୍କ ଋଣ ପରିଶୋଧ କରିପାରି ନଥିଲେ I 19 ଲକ୍ଷ ଟଙ୍କା ଋଣ କରିଥିବା ସୌମ୍ୟରଂଜନ ଶେଷରେ ବ୍ୟାଙ୍କ ଡକାୟତି କରିବାକୁ ନିଷ୍ପତ୍ତି ନେଲା I ସେ ଇଣ୍ଟରନେଟରୁ ବ୍ୟାଙ୍କ ଲୁଟ୍ କେମିତି କରାଯାଏ, ତଥ୍ୟ ସଂଗ୍ରହ କରି ବ୍ୟାଙ୍କ ଲୁଟିବା ପାଇଁ ଯୋଜନା କଲା I ହାତରେ ଖେଳଣା ବନ୍ଧୁକ ଧରି ସେ ବରିମୁଣ୍ଡ ଓ କଳାରାହାଙ୍ଗ ସ୍ଥିତ ଲୁଟିବାରେ ସଫଳ ହୋଇଥିଲେ I ତେବେ ଦୁଇଟି ଯାକ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି I ମାତ୍ର ବ୍ୟାଙ୍କ ସିସିଟିଭି ଫୁଟେଜରେ ଡକାୟତିର ପୁରା ଦୃଶ୍ୟ ରେକର୍ଡ ହୋଇଥିଲା I ହେଲମେଟ୍ ପିନ୍ଧି ଡକାୟତି କରିଥିବା ସୌମ୍ୟରଂଜନଙ୍କୁ ପୋଲିସ ଗିରଫ କରିଛି I

LEAVE A REPLY

Please enter your comment!
Please enter your name here