କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁଚନା ମିଳିଛି । କୋଇଲା ଦୁର୍ନିତିରେ ଜଣେ କେନ୍ଦ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଏହା ପ୍ରଥମ ଘଟଣା । ପ୍ରଥମ ମନ୍ତ୍ରୀଭାବେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ କୋର୍ଟ ଜଷ୍ଟିସ ପରାଶର । ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ । ୧୯୯୯ ମସିହାରେ ଝାଡଖଣ୍ଡର ଏକ କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଦିଲୀପ ରାୟ । କୋଇଲା ସ୍କାମ ଅଭିଯୋଗ ହେବା ପରେ ସିବିଆଇକୁ ତଦନ୍ତ ଦାଯିତ୍ବ ଦିଆଯାଇଥିଲା । 2017ରେ ସିବିଆଇ ସମସ୍ତ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ କରିଥିଲା । ଏହି ମାମଲାରେ ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ।

LEAVE A REPLY

Please enter your comment!
Please enter your name here