ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ । ଏସସିବି ମେଡିକାଲରେ ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ବୋଲି ସୂଚନା ମିଳିଛି । ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇଥିଲା ବୋଲି ସୂଚନା ମିଳିଥିଲା । ଏବେ ବି ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି ।
ବୁଧବାର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୯ ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିଲା ।

LEAVE A REPLY

Please enter your comment!
Please enter your name here