ଆଜି କନ୍ଧମାଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଦାରିଙ୍ଗବାଡି ସେବାଶ୍ରମରେ ନାବାଳିକା ମାତୃତ୍ୱ ଘଟଣାରେ କ୍ଷତିପୂରଣ ଦାବି ସହ ବିଦ୍ୟାଳୟର ଏଏନଏମଙ୍କୁ ଗିରଫ ଓ ଅନ୍ୟ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଦାବିରେ କନ୍ଧମାଳ ସୁରକ୍ଷା ଅଭିଯାନ ଆଜି ସକାଳ ୬ ଟାରୁ ବନ୍ଦ ଡାକରା ଦେଇଛି । ବନ୍ଦ ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯାନ ବାହାନ ଚଳାଚଳ ବନ୍ଦ ରହିଛି । ସ୍କୁଲ କଲେଜ ଓ ଦୋକାନବଜାର ମଧ୍ୟ ବନ୍ଦ ରହିଛି । ବନ୍ଦକୁ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ଦଳ ଓ ସଙ୍ଗଠନ ସମର୍ଥନ କରିଛନ୍ତି । ବନ୍ଦ ଡାକରା ଦେଇଥିବା କନ୍ଧମାଳ ସୁରକ୍ଷା ଅଭିଯାନ ପିଡୀତାଙ୍କୁ ନ୍ୟାୟ ପ୍ରଦାନ ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବରଖାସ୍ତ କରିବା , ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କ ଇସ୍ତଫା ଦାବି କରିଛି ।

LEAVE A REPLY

Please enter your comment!
Please enter your name here