କେନ୍ଦ୍ରସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା କାଳରେ ସରକାର ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଘୋଷଣା ହୋଇଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ । ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ଅନୁମତି ମିଳିଛି । ଦଶହରା ପୂର୍ବରୁ ଏହି ବୋନସ କର୍ମଚାରୀଙ୍କୁ ମିଳିବ । ଏଥିପାଇଁ କେନ୍ଦ୍ର ତହବିଲରୁ ଖର୍ଚ୍ଚ ହେବ ୩ ୭୩୭ କୋଟି ଟଙ୍କା । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here