ଜାରି ହେଲା ଭବାନୀପାଟଣା ଛତର ଯାତ୍ରା ପାଇଁ ଗାଇଡଲାଇନ୍ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶାବଳୀ । ଆସନ୍ତା ୨୪ ତାରିଖରେ ହେବ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ତେବେ ଏହାକୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ଭବାନୀପାଟଣା ପୌରାଞ୍ଚଳକୁ ଯାଆସ ଉପରେ କଟକଣା ଜାରି ରହିଛି । କେବଳ ଜରୁରୀ ସେବା ଛାଡି ବାହାର ଲୋକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି । ସେହିପରି ଜେନାଖାଲରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନହେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ୨୨ ତାରିଖ ରାତି ୧୨ଟାରୁ ୨୫ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ଜାରି ରଖିଛି ଜିଲ୍ଲା ପ୍ରଶାସନ । ଯାତ୍ରାକୁ ନଆସିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ସୋସିଆଲ ମିଡିଆ ଓ ନ୍ୟୁଜ୍ ଚ୍ୟାନଲରେ ପ୍ରସାରଣ ଦେଖିବାକୁ ଅପିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here