ମିସେସ ଇଣ୍ଡିଆ ବିଉଟି କୁଇନ ହେବାପରେ ସ୍ୱାମୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି ସଂଧ୍ୟା । ରାୟଗଡା କଲ୍ୟାଣସିଂହପୁର ଭଳି ଏକ ପଛୁଆ ଅଞ୍ଚଳରୁ ଦିଲ୍ଲୀ ଯାଇଁ ଓଡିଶା ପାଇଁ ଗର୍ବ ଆଣିବା କିଛି କମ୍ କଥା ନୁହେଁ । କଲ୍ୟାଣସିଂପୁର ବିଜୟନଗର ଗାଁର ଝିଅ ତଥା ରାୟଗଡାର ବୋହୂ ସଂଧ୍ୟା ପ୍ରଥମେ ଓଡିଶା ବିଉଟି କୁଇନରେ କୃତିତ୍ୱ ହାସଲ କରିବା ପରେ ଚଳିତମାସ ଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ମିସେସ ଇଣ୍ଡିଆ ୱାନ ଇନ୍ ଏ ମିଲିୟନ ପ୍ରତିଯୋଗିତାରେ ପିନ୍ଧିଛନ୍ତି ରୌପ୍ୟ ବିଜୟ ମୁକୁଟ । ସାରା ଭାରତରୁ ୬୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫ୍ରେସ ପେସ ଅଫ ଇଣ୍ଡିଆ ଟାଇଟେଲ ହାସଲ କରିଛନ୍ତି । ଜାତୀୟ ସ୍ତରରେ ସଫଳତା ପାଇବା ପରେ ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି । ସେଥିପାଇଁ ସଂଧ୍ୟା ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ତାଙ୍କର ଏହି ସଫଳତା ପରେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

LEAVE A REPLY

Please enter your comment!
Please enter your name here