କେନ୍ଦ୍ରର କୃଷି ଆଇନକୁ ପଞ୍ଜାବ ହରିୟାଣାରେ ଜୋରଦାର ବିରୋଧ କରାଯାଇଛି । କୃଷି ଆଇନକୁ ବିରୋଧ କରି ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଛି କ୍ଷତି ବଞ୍ଚାଅ ଯାତ୍ରା । ଏହାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଟ୍ରାକ୍ଟର ରାଲି । ଏହି ରାଲି ରାଜ୍ୟ କଂଗ୍ରେସ ଭବନ ଅଫିସରୁ ବାହାରି କଟକର କଂଗ୍ରେସ ଅଫିସରେ ପହଁଞ୍ଚିବାର ଥିଲା । କିନ୍ତୁ କଟକକୁ ପ୍ରବେଶ ଅନୁମତି ଦେଲାନି ପ୍ରଶାସନ । ଗୋପାଳପୁରରେ ଅଟକାଇଲା ପୋଲିସ । ପ୍ରତିବାଦରେ ଗୋପାଳପୁର ନିକଟରେ ରାସ୍ତାରେ ବସିଲେ କଂଗ୍ରେସ ନେତା । ଏଥିରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ନେତା ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here