ବିଶିଷ୍ଟ ଗବେଷକ ଅନୀଲ ଧୀରଙ୍କୁ ଚଳିତବର୍ଷର ପଞ୍ଚମ ଗଣେଶ ପରିଜା ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି । ଶାରଳା ସ୍ମାରକ ପକ୍ଷରୁ ଗୀତହୋବିନ୍ଦ ଭବନରେ ଅନୁଷ୍ଠିତ ଗଣେଶ ପରିଜା ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବତନ ସାଂସଦ ତଥା ସୁସାହିତ୍ୟିକ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୀ ଧୀରଙ୍କୁ ଗଣେଶ ପରିଜା ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ କୁମାର ରଥ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଲୋକ ଓ ଲୋକତ୍ତୋର ଚେତନା ପ୍ରସଙ୍ଗରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଭାବ ଓ ବିଶ୍ବାସ ହିଁ ଜଗନ୍ନାଥ ସଂସ୍କୃତିକୁ ବ୍ୟାପକ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଗଣେଶ ପ୍ରସାଦ ପରିଜାଙ୍କ ଗବେଷଣା ଓ ସାଧନା ଉପରେ ଆଲୋକପାତ କରିଥିଲେ । ଶାରଳା ସ୍ମାରକର ସଭାପତି ଡାକ୍ତର ନିମାଁଇ ଚରଣ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଡକ୍ଟର ଦେବାଶୀଷ ମହାପାତ୍ର । ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଶତ୍ରୁଜିତ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅପୂର୍ବ କୁମାର ମହାନ୍ତି ।

LEAVE A REPLY

Please enter your comment!
Please enter your name here