ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟ ବିଦାରକ ଘଟଣା । ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ । ଭୋଜି ପାଇଁ ନୀଳଗିରିରୁ ୫ ଜଣ ସାଙ୍ଗ ରେମୁଣାର ତ୍ରୀବେଣୀ ଘାଟକୁ ଯାଇଥିଲେ । ରୋଷେଇ ସରିଥିଲା । ସମସ୍ତେ ଏକାଠି ବସି ଖାଇଥାନ୍ତେ । କିନ୍ତୁ ବିଧିର ବିଧାନ ଦେଖନ୍ତୁ । କିଛି ସମୟ ପରେ ସବୁ ଓଲଟପାଲଟ ହୋଇଯାଇଥିଲା । ନଦୀରେ ଗାଧୋଇବା କାଳ ସାଜିଲା । ଦୁଇ ସାଙ୍ଗଙ୍କର ଆଖି ଆଗରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ । ଗାଧେଇଯାଇଥିବାବେଳେ ୩ ଜଣ ଭାସିଯାଇଥିଲେ । ୨ ଜଣ ପହଁରି କୂଳକୁ ଆସିଥିବାବେଳେ ୩ ସାଙ୍ଗଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିଛି ।

LEAVE A REPLY

Please enter your comment!
Please enter your name here