ରାଜ୍ୟସଭା ସାଂସଦ ଡାକ୍ତର ସସ୍ମିତ ପାତ୍ର ବିଜେଡ଼ି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏ ନେଇ ସସ୍ମିତଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ସସ୍ମିତ ପାତ୍ର ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଭେଟିଥିଲେ । ରାଜ୍ୟସଭା ନିର୍ବାଚନ ସମୟରେ ସଂତୃପ୍ତ ମିଶ୍ରଙ୍କ ପ୍ରବେଶକୁ ନେଇ କିଛି ନେତା ଅସନ୍ତୁଷ୍ଟ ଥିଲେ ଏବଂ ୱାକଫ୍ ସଂଶୋଧିତ ବିଲ୍ ଆଗତ ବେଳେ ରାଜ୍ୟସଭା ସାଂସଦ ହିଜବୁଲ୍ଲା ଖାଁ ଏବଂ ସସ୍ମିତଙ୍କ ମଧ୍ୟରେ ଦ୍ୱିମତ ଦେଖାଦେଇଥିଲା । ମୁନ୍ନା ଖାଁ ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିବାବେଳେ ସସ୍ମିତ ପାତ୍ର ବିବେକାନୁମୋଦିତ ଭୋଟ୍ ଦେଇଥିଲେ । ଯାହା ପରେ ମୁନ୍ନା ଖାଁ ସସ୍ମିତଙ୍କ ବିରୁଦ୍ଧରେ ବର୍ଷିଥିଲେ । ନିକଟରେ ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଥିଲେ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଥିଲେ।













