୪ ସପ୍ତାହ ପରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଆଉ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ତେବେ ଭକ୍ତଙ୍କୁ କେବେ କେମିତି ଦର୍ଶନ ପାଇଁ ଛଡାଯିବ ସେନେଇ ନିଷ୍ପତ୍ତି ନେବ କମିଟି । ଗଜପତି ମହାରାଜାଙ୍କ ଅଧକ୍ଷ୍ୟତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ବଜେଟ୍ ନେଇ ମଧ୍ୟ ଆଲୋଚନା ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ ହୋଇଛି । ଶ୍ରମନ୍ଦିରର ବ୍ୟୟ ବଢିଛି ଏବଂ ଅନେକ ଆୟ କମିଯାଇଛି । ଆୟ ବୃଦ୍ଧି ପାଇଁ ଅନଲାଇନ୍ ଡୋନେସନ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here