ଦିଲ୍ଲୀରେ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ପ୍ରଭାବିତ ଅଞ୍ଚଳରେ ପୁଣି ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ସମାରୋହରେ ଏବେ ୨୦୦ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲ ହୋଇପାରିବେ । ଏହାଛଡା ଦିଲ୍ଲୀରେ ଜନଗହଳିପୂର୍ଣ୍ଣ ବଜାରକୁ ଅସ୍ଥାୟୀଭାବେ ବନ୍ଦ କରିବାକୁ ଅନୁମତି ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଦିଲ୍ଲୀର ସରକାରୀ ଓ ବେସରକାରୀ ହସ୍ପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ୍ ରହିଛି । କିନ୍ତୁ ଆଇସିୟୁ କମ୍ ରହିଛି । ଏଥିପାଇଁ କେନ୍ଦ୍ର ସହାୟତା ଦେଇଛି । କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁନଥିବାରୁ ଏନେଇ ସତର୍କ କରାଇଛନ୍ତି ଅରବିନ୍ଦ କେଜ୍ରିୱାଲ ।

LEAVE A REPLY

Please enter your comment!
Please enter your name here