ଏ କୌଣସି ବେଡରୁମ୍ କିମ୍ବା ଘରର ଦୃଶ୍ୟ ନୁହେଁ । ଇଏ ଟଏଲେଟ୍ । କାହାର ବ୍ୟକ୍ତିଗତ ନୁହେଁ ବଂର ପବ୍ଲିକ୍ ଟଏଲେଟ । ରଙ୍ଗ ବେରଙ୍ଗର ଲାଇଟ୍ସ ,ଫ୍ୟାନ୍, ଟିଭି, ଆଉ ମ୍ୟୁଜିକ୍ ସିଷ୍ଟମ ରହିଛି ଏହି ଟଏଲେଟ୍ରେ । ଆଉ ଏହି ଟଏଲେଟକୁ ନୂଆ ରୂପ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ନୀଳଗିରିର ନରେନ୍ଦ୍ର ପ୍ରଧାନ । ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏହି ଟଏଲେଟ । ମନ୍ଦିର ବୁଲିବାକୁ ଆସୁଥିବା ଭକ୍ତ କେମିତି ଶାନ୍ତିରେ ଟଏଲେଟ୍ ବ୍ୟବହାର କରିବେ ସେଥିପାଇଁ ଆପ୍ରାଣ ଉଦ୍ୟମ ଲଗାଇଦେଇଛନ୍ତି ନରେନ୍ଦ୍ର । ମନ୍ଦିରକୁ ଆସୁଥିବା ଭକ୍ତ ବି ଏହି ଡେକୋରେଟ ଶୌଚାଳୟକୁ ଯାଇ ବେସ୍ ଖୁସି । ଆପଣ ଭାବୁଥିବେ ଏହି ବ୍ୟକ୍ତି ଜଣଙ୍କର ରୋଜଗାର କଣ । କଣ କରନ୍ତି ନରେନ୍ଦ୍ର । ଯାତ୍ରା ପାର୍ଟିରେ ହାସ୍ୟ କଳାକାର ଭାବେ ଅଭିନୟ କରୁଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଅଭିନୟ ଛାଡିଦେଲେ । ଏବେ ଭତ୍ତା ଭାବେ ୧୨୦୦ ଟଙ୍କା ପାଉଛନ୍ତି । ଆଉ ଏହି ୧୨୦୦ ଟଙ୍କାରୁ କିଛି ଟଙ୍କା ଏହି ଟଏଲେଟ୍ ପାଇଁ ଖର୍ଚ୍ଚ କରନ୍ତି । ନରେନ୍ଦ୍ରଙ୍କ ଲକ୍ଷ୍ୟ ସ୍ୱଚ୍ଛତା । ଆଉ ମାନବ ସେବା ହିଁ ମାଧବ ସେବା । ଏହି ଶୌଚାଳୟରେ ଆଗକୁ ଏସି ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ନରେନ୍ଦ୍ର । ଆଉ ନରେନ୍ଦ୍ରଙ୍କର ଏହି କାମକୁ ନେଇ ଅନେକ ଲୋକ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି ।