ବିଭିନ୍ନ ଟ୍ରେଡ ୟୁନିୟନର ୨୪ ଘଣ୍ଟିଆ ହରତାଳ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ହରତାଳ କରାଯାଉଛି । ଅତି କମରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏବଂ ଅନେକ ବ୍ୟାଙ୍କ କର୍ମଚାରୀ ୟୁନିଅନ ଧର୍ମଘଟରେ ସାମିଲ ହୋଇଛନ୍ତି । ସାରା ଦେଶରେ ପାଖାପାଖି ୨୫ କୋଟି କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହରତାଳ ଯୋଗୁଁ ଗାଡି ମଟର ଚଳାଚଳ ଠପ୍ ହୋଇଯାଇଛି । ଜାତୀୟ ରାଜପଥ ଉପରେ ଶହ ଶହ ଟ୍ରକ ଅଟକି ରହିଛି । କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତାରୋକ୍ କରିଛନ୍ତି । ରେଳସେବା ମଧ୍ୟ ବନ୍ଦ ରହିଛି ।ଦୋକାନ ବଜାର ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧି ୪ଟି ଶ୍ରମ କୋର୍ଡ ଏବଂ ଚାଷୀ ବିରୋଧୀ ୩ଟି କୃଷି ଆଇନ ବାତିଲ ଦାବିରେ ହରତାଳ କରାଯାଉଛି । ବନ୍ଦ ଡାକରାକୁ ବାମଦଳ ସମେତ କଂଗ୍ରେସ ସମର୍ଥନ କରୁଛି । ହରତାଳ ଯୋଗୁଁ ଲୋକସେବା ଭବନ ଓ ଖାରବେଳ ଭବନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଁଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ଆଗ ଗେଟ୍ ଦିନ ୧୦ଟା ୩୦ ସୁଦ୍ଧା ବନ୍ଦ ହୋଇଯିବ । ପଛଗେଟ୍ ଦେଇ ଯିବା ଆସିବା କରିହେବ ।

LEAVE A REPLY

Please enter your comment!
Please enter your name here