ପରୀ ମୃତ୍ୟୁକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ବିଧାନସଭାରେ ବିବୃତି ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ I ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଇଥିବା ଆଦେଶକୁ ସ୍ବାଗତ କରିଛନ୍ତି ଅରୁଣ I ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ପରୀ ହତ୍ୟା ଘଟଣା ମତେ ବ୍ୟଥିତ ଓ ମର୍ମାହତ କରିଛି ଏବଂ ପରୀ ହତ୍ୟା ଘଟଣାରେ ଯିଏ ବି ଜଡିତ, ସିଏ ଦଣ୍ଡ ପାଉ I ଆଜି ଦିନ ତମାମ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିରୋଧୀ ଗୃହ ଭିତରେ ହଙ୍ଗାମା କରିବା ଯୋଗୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା I ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ରଖିଛନ୍ତି I ଅନ୍ୟପକ୍ଷରେ ପରୀ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ବଦଳରେ ଏସଆଇଟି ଦ୍ବାରା କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି I

LEAVE A REPLY

Please enter your comment!
Please enter your name here