କଟକ ବ୍ୟାଙ୍କ ଲୁଟ୍ ଘଟଣାରେ ଫିଟୁଛି ଗୁମର । ସନ୍ଦେହରେ ମହିଳା କର୍ମଚାରୀଙ୍କ ଭୂମିକା । କଟକ ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କ ଲୁଟ ଘଟଣାରେ ଗୁମର ଫିଟିବାରେ ଲାଗିଛି । ଏହି ବଡ ଲୁଟରେ ୭ ଜଣ ନୁହେଁ ଆହୁରୀ କିଛି ଲୋକଙ୍କ ସମ୍ପୃକ୍ତି ରହୁଥିବା ଜଣାପଡିଛି । ସେହି ଆଧାରରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ୪ଜଣଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀଙ୍କ ଭୂମିକା ବେସ୍ ସନ୍ଦେହ ଘେରରେ ରହିଛି । ମହିଳା ଜଣଙ୍କ ଲୁଟର ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଛନ୍ତି । ବ୍ୟାଙ୍କର ସମସ୍ତ ଲକର ଚାବି ମହିଳା ଆକାଉଣ୍ଟାଣ୍ଟ ପାଖରେ ରହୁଥିବା କମିଶନରେଟ୍ ପୋଲିସ ସୁଚନା ଦେଇଛି । ଆଜି କଟକ କମିଶନରେଟ୍ ପୋଲିସ ବ୍ୟାଙ୍କର ୬ଜଣ କର୍ମଚାରୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here