ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ମହାନଦୀ କ୍ଷେତ୍ର ପରିବର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ । ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଏହି ନିଷ୍ପତ୍ତି ନେଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 17 ରୁ 21 ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ 29 ରୁ ମେ 3 ତାରିଖ ପର୍ଯ୍ୟନ୍ତ ଛତିଶଗଡର କଲମା ବ୍ୟାରେଜ ପର୍ଯ୍ୟନ୍ତ ମହାନଦୀ ଅବବାହିକା ପରିଦର୍ଶନ କରିବା ପରେ ଟ୍ରିବ୍ୟୁନାଲ ଟିମ୍ ଓଡିଶା ଆସିବା ପାଇଁ ତାରିଖ ସ୍ଥିର କରାଯିବ । ଓଡିଶାରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବା ପାଇଁ କୌଣସି ସମୟ ସ୍ଥିର ହୋଇନାହିଁ ।
ମହାନଦୀ ଉପରମୁଣ୍ଡରେ ଛତିଶଗଡ ସରକାର ଡ୍ୟାମ ନିର୍ମାଣ କରିଥିବାରୁ ଓଡିଶାକୁ ମହାନଦୀ ସିଷ୍ଟମରେ ଆଉ ପାଣି ଆସୁନାହିଁ । ମହାନଦୀ ନିମ୍ନ ଅବବାହିକାରେ ଜଳ ସଂକଟ ତୀବ୍ର ହେବାରେ ଲାଗିଛି । ଓଡିଶା ସରକାର ମହାନଦୀ ଉପରମୁଣ୍ଡରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଆସୁଥିଲେ ହେଁ ବର୍ଷ ବର୍ଷ ଧରି କୌଣସି ସମାଧାନ ବାହାରିପାରି ନାହିଁ । ନିକଟରେ ଓଡିଶା ବିଧାନସଭାରେ ମହାନଦୀ ଜଳ ସଂକଟକୁ ନେଇ ବିଭିନ୍ନ ଦଳର ବିଧାୟକମାନେ ଉଦବେଗ ପ୍ରକାଶ କରିବା ସହ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here