ତ୍ରାହୀ ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁ କିଛିଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ ମିଶ୍ର । କୁହୁକ ପୋଥୀ ଦେଖି ଲୋକଙ୍କ ଭବିଷ୍ୟତ କହୁଥିଲେ । ତେବେ ୨୦୧୫ରେ ତାଙ୍କୁ ଗିରଫ କରାଯାଇଥିଲା । ଆଶ୍ରମରେ କେଳେଙ୍କାରୀ ନେଇ ସୁର ବାବାଙ୍କ ସମେତ ତାଙ୍କର ପୁଅ ତ୍ରୀଲୋଚନ ଏବଂ ବିରଞ୍ଚିଙ୍କୁ ଗିରଫ କରାଯାଇଥିଲା । ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ,ଏବଂ ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯ୍ୟାତନା ଦେବା ଭଳି ସଙ୍ଗୀନ ଅଭିଯୋଗ ଥିଲା ତାଙ୍କ ନାଁରେ । ଗିରଫ ହେବାର ଅଢେଇ ବର୍ଷ ପରେ ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ ସୁର ବାବା ।