ଧିରେ ଧିରେ ରତ୍ନ ପଥର ଚୋରାଚାଲାଣ ଘଟଣାରୁ ପରଦା ହଟିବାରେ ଲାଗିଛି । ପୋଲିସ କବଜାରେ ଆଉ ଦୁଇ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରା ଗତ ୭ ତାରିଖ ଦିନ କ୍ରାଇମବ ୍ରାଞ୍ଚର ଏସଟିଏଫ ଟିମ୍ ଦ୍ୱାରା ଗିରଫ ହେବା ପରେ ଆଜି ଆଉ ଦୁଇ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲାର ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ ରାଧାମୋହନ ମାହାନା ଓ ରାୟଗଡା ଜିଲ୍ଲା ମୁନିଗଡା ଅଞ୍ଚଳର ସୁବାଷ ରତ୍ନାଲୁ । ଏହି ଦୁଇ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ବେହେରାଙ୍କଠାରୁ ରତ୍ନ ପଥର କିଣାକିଣି କରୁଥିବା ଏସପି ସୂଚନା ଦେଇଛନ୍ତି । ଏହି ଦୁଇ ଜଣଙ୍କୁ ପୋଲିସ ଆଜି ଗିରଫ କରି ଅଧିକ ପଚରାଉଚରା କରୁଛି । ତେବେ ପୋଲିସ ଏହି ଘଟଣାରେ ଆଉ କାହାକୁ ତଦନ୍ତ ପରିସରଭୁକ୍ତ କରିବ ସେନେଇ ଖୋଳତାଡ କରୁଛି ।

LEAVE A REPLY

Please enter your comment!
Please enter your name here