ଜିଦରେ ଅଟଳ ଚାଷୀ କେନ୍ଦ୍ର ସରକାରଙ୍କ ବିକଳ୍ପ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ସରକାରଙ୍କ ସହ ଚାଷୀସଂଘ ପ୍ରତିନିଧି ଦଳର ଆଲୋଚନା ପରେ କେନ୍ଦ୍ର ସରକାର କୃଷି ଆଇନରେ କିଛି ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବରେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିବ, ନଡା ଜାଳିବାରେ କୋହଳ କରାଯିବ ଏବଂ କୌଣସି ବିବାଦ ହେଲେ ଚାଷୀ ସ୍ଥାନୀୟ ଅଦାଲତରେ ଆଶ୍ରୟ ନେଇପାରିବେ ବୋଲି ସରକାରଙ୍କୁ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଦେବା ସହ କୃଷି ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ରହିଛନ୍ତି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆସନ୍ତା 14 ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଘୋଷଣା କରିଛନ୍ତି । 12 ତାରିଖରେ ଦିଲ୍ଲୀ ଓ ଜୟପୁର ଜାତୀୟ ରାଜପଥ ଅବରୋଧ କରିବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ, ଏନସିପି, ସିପିଆଇ ଓ ସିପିଏମର ପ୍ରତିନିଧିଦଳରେ ରାହୁଲ ଗାନ୍ଧୀ, ଶରଦ ପାଓାର, ସୀତାରାମ ୟେଚୁରୀ ଓ ଡି. ରାଜା ରାଷ୍ଟ୍ରପତିଙ୍କୁ ଭେଟି ଅବିଳମ୍ବେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଦିନକୁ ଦିନ ଚାଷୀ ଆନ୍ଦୋଳନ ତେଜୁଥିବା ବେଳେ ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘରେ ବରିଷ୍ଠ ନେତାଙ୍କ ବୈଠକ ଚାଲିଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଦେବା ପରେ ସରକାର ଅଡୁଆରେ ପଡିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here