ଆଡିଲେଟ୍ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ । ମାତ୍ର ୩୬ ରନ୍‌ରେ ଦଳ ହରାଇଲା ସମସ୍ତ ୱିକେଟ୍ । କୌଣସି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ୍ ଛୁଇଁ ପାରିନାହାଁନ୍ତି । ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି ଭାରତ । ଭାରତର ସବୁଠାରୁ ନୈରାଶ୍ୟ ଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ୍ ଦ୍ୱିତୀୟ ଇନିଂସ ରନ୍ । ଭାରତ ପ୍ରଥମ ଇନିଂସରେ ୨୪୪ ୱିକେଟ୍ କରି ଅଲ ଆଉଟ୍ ହୋଇଥିବାବେଳେ ଅଷ୍ଟ୍ରେଲିଆ ୧୫୧ ରନ୍ କରି ପଛୁଆ ରହିଥିଲା । ଆଜି ତୃତୀୟ ଦିନରେ ନିର୍ଣ୍ଣାୟକ ଫଳାଫଳ ଆସିବାକୁ ଥିବାବେଳେ ଭାରତ ଅଷ୍ଟ୍ରେଲିଆର ବୋଲିଂ ସମ୍ମୁଖୀନ ହୋଇନପାରି ମାତ୍ର ୩୬ ରନରେ ଅଲ ଆଉଟ୍ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here