ହାଡ ଭାଙ୍ଗିବ ଜାଡ । ଆସନ୍ତା ୩ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ହେବ । ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ଜିଲ୍ଲା ପାଇଁ ଶୀତ ଲହରୀ ସକାଶେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବୌଦ୍ଧ, ସୋନପୁରକୁ ୟେଲୋ ୱାର୍ଣ୍ଣିଂ । କଟକ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର,ବରଗଡକୁ ୟେଲୋ ୱାର୍ଣ୍ଣିଂ । ଉପକୂଳବର୍ତ୍ତୀ ଜିଲ୍ଲାରେ ତାପାମାତ୍ରା ରାତିରେ ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା । ଟ୍ୱିଟ୍ କରି ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here