ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି I ଦୀର୍ଘଦିନ ଧରି ପାରିବାରିକ ବିବାଦ ତଥା ସ୍ବାମୀ ସାଂସଦ ଅନୁଭବ ମହାନ୍ତିଙ୍କ ସହ ତାଙ୍କର ମନାନ୍ତର ପରେ ବର୍ଷା ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ I ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ବାପା ମାଆଙ୍କୁ କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିଲେ ମଧ୍ୟ ଅନୁଭବ ବିଳମ୍ବରେ ଆସି ପହଞ୍ଚିଥିଲେ I ପୂର୍ବରୁ ବର୍ଷା ଓ ଅନୁଭବ ପରସ୍ପର ବିରୋଧରେ ମାମଲା ରୁଜୁ କରିବା ସହ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି । ବର୍ଷା କଟକ ଫ୍ୟାମିଲୀ କୋର୍ଟରେ ମୋକଦ୍ଦମା କରିଥିବା ବେଳେ ଅନୁଭବ ଦିଲ୍ଲୀର ଏକ ଅଦାଲତରେ ମାମଲା ରୁଜୁ କରିଛନ୍ତି । ସୂଚନାଯୋଗ୍ୟ, ବର୍ଷା ଓ ଅନୁଭବଙ୍କ ଛାଡପତ୍ର ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ବିଭିନ୍ନ ସମୟରେ ଉଭୟ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ ମତ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here